Book Cover

Chetanara Chitralipi

Contributor(s): Nayak, Santosh Kumar (Author)

ISBN: 9781645607021

Publisher: Black Eagle Books

Binding Types:

$18.00
$30.95 (Final Price)
$29.75 (100+ copies: $29.00)
List/retail price:
$18.00
- +
Buy

Pub Date: May 29, 2025

Lexile Code: 0000

Target Age Group: NA to NA

Physical Info: 0.67" H x 8.50" L x 5.50" W ( 0.76 lbs) 298 pages

Descriptions, Reviews, etc.

Description:

ସାହିତ୍ୟିକଚେତନା ଉଭୟ ମୌଳିକ ଲେଖକ ଓ ସମାଲୋଚକଙ୍କ ପାଇଁ ଅତ୍ୟାବଶ୍ୟକ । ଖାଲି ଏତିକି ନୁହେଁ, ଏହି ସାହିତ୍ୟିକ ଚେତନା ଏକ 'ପାଠ' ଓ 'ପାଠକ' ପାଇଁ ଅନୁରୂପ ଭାବରେ ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତି, ସମାଜ ଓ ସଂସ୍କୃତିର ଆଧାର ହେଉଛି ଏହି ସାହିତ୍ୟଚେତନା ବା ସାହିତ୍ୟିକ ଚେତନା । ଜଣେ ଦାର୍ଶନିକଠାରୁ ଆରମ୍ଭକରି ବୈଜ୍ଞାନିକ, ଗାର୍ହ୍ୟସ୍ଥ, ପାରିପାରିକ, ସାଂସାରିକ ମଣିଷଟିଏ ମଧ୍ୟ ଏହାର ଆବଶ୍ୟକତା ଅନୁଭବ କରିଥାଏ । ଏହି ଚେତନା ସାଧାରଣତଃ ପାଞ୍ଚଗୋଟି ବିନ୍ଦୁରେ ସମାହିତ । ଯଥା -

(୧) ପାଠକୀୟ ଚେତନା ଏହା ପାଠକ/ଦର୍ଶକର ବ୍ୟକ୍ତିଗତ ଦୃଷ୍ଟିକୋଣ, ଆବେଗ, ଅନୁଚିନ୍ତାବିଶେଷ ଅଟେ- ଯାହା ପାଠ/ଲେଖାଟିକୁ ପଢ଼ିଲାବେଳେ କାର୍ଯ୍ୟକାରୀ ହୁଏ ଓ ପ୍ରଭାବଶାଳୀ ହୋଇଥାଏ ।

(୨) ଲେଖକୀୟ ଚେତନା ଏହା ଲେଖକଠାରେ ଦେଖାଯାଏ । ଲେଖକର ଉଦ୍ଦେଶ୍ୟ, ଅନୁଭୂତି, ପ୍ରତ୍ୟୟ ପ୍ରଭୃତି ମୂଲ୍ୟବୋଧଭିତ୍ତିକ ହୋଇ ଟେକ୍ସଟ୍ ବା ପାଠ ମାଧ୍ୟମରେ ପ୍ରତିଫଳିତ ହୋଇଥାଏ ।

(୩) ପାଠ୍ୟ ଚେତନା ଏହା ସେହି ସାହିତ୍ୟକୃତିର ଆଭ୍ୟନ୍ତରୀଣ ଗତିତତ୍ତ୍ୱ (ୟଚ୍ଚଦ୍ଭବଜ୍ଞସମଗ୍ଦ), ବୈଚିତ୍ର]୍ୟ, ସଂରଚନା, ବିରଚନା, ଭାଷା-ଶୈଳୀ ମଧ୍ୟରେ ଅନ୍ତର୍ନିହିତ ।

(୪) ସାଂସ୍କୃତିକ ଚେତନା ସାମାଜିକ, ଐତିହାସିକ ଓ ସାଂସ୍କୃତିକ ପ୍ରସଙ୍ଗସବୁ ସାହିତ୍ୟକୃତିକୁ ପ୍ରଭାବିତ କରିଥାଏ । ଏହା ଏକ ଗୁରୁତ୍ୱପୂର୍ଣ୍ଣ କାରକ ହୋଇ ରହିଥାଏ । ପରୋକ୍ଷରେ ଏ ଚେତନା ଲେଖା ଓ ଲେଖକକୁ ପ୍ରଭାବିତ କରିଥାଏ ।

(୫) ସମାଲୋଚକୀୟ ଚେତନା ସାହିତ୍ୟକୃତିରେ ବ୍ୟବହୃତ ସାହିତ୍ୟିକ ଉପାଦାନାବଳୀ, ଥିମ୍], ବିଷୟବସ୍ତୁ, ପ୍ରତୀକ, ରୂପକ, ରୂପକଳ୍ପ, ରୂପକଥାଦିର ବିଶ୍ଳେଷଣାତ୍ମକ ଓ ମୂଲ୍ୟାୟନମୂଳକ ସଚେତନତା ହିଁ ସମାଲୋଚକୀୟ ଚେତନା ।

Brief description: ଡକ୍ଟର ସନ୍ତୋଷ କୁମାର ନାୟକ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିଗତ ଗବେଷଣା ତଥା ସମାଲୋଚନା କ୍ଷେତ୍ରରେ ଏକ ଗମ୍ଭୀର ଉଚ୍ଚାରଣ। ବିଶେଷ କରି ଭାଷାତତ୍ତ୍ୱ, ସାହିତ୍ୟତତ୍ତ୍ୱ ଓ ତୁଳନାତ୍ମକ ଅଧ୍ୟୟନ କ୍ଷେତ୍ରରେ ଡକ୍ଟର ନାୟକଙ୍କ ସିଦ୍ଧି ଅନତିକ୍ରମ୍ୟ। ଓଡ଼ିଆ ପ୍ରବନ୍ଧ, ସମାଲୋଚନା, କବିତା, କ୍ଷୁଦ୍ରଗଳ୍ପ, ରମ୍ୟରଚନା, ସ୍ମୃତିକଥା, ସମ୍ପାଦନା, ଅନୁବାଦ, ସ୍ତମ୍ଭରଚନା ଓ ପତ୍ରିକା ସମ୍ପାଦନା ପ୍ରଭୃତି କ୍ଷେତ୍ରରେ ତାଙ୍କର ଅନୁପ୍ରବେଶ ଓ ସାରସ୍ୱତ ସଫଳତା ଏକାନ୍ତ ଦୃଷ୍ଟାନ୍ତମୂଳକ। ଅଧ୍ୟୟନ, ଅଧ୍ୟାପନା ଓ ବୃତ୍ତିଗତ କ୍ଷେତ୍ରରେ ତାଙ୍କର ସଫଳତା ଏକାନ୍ତ ଈର୍ଷଣୀୟ ଓ ଅଦ୍ୱିତୀୟ। ଓଡ଼ିଆ ସ୍ନାତକୋତ୍ତର ଶ୍ରେଣୀରେ ୨୦୧୩ ମସିହାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିବା ସହ ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ୨୦୧୪ ମସିହାରେ କଳାଭୂଷଣ (ଏମ୍].ଫିଲ୍].) ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଶେଷରେ ସଫଳତାର ସହ ଗବେଷଣା କରି ସେ ୨୦୧୯ ମସିହାରେ କଳାବିଭୂଷଣ (ପିଏଚ୍].ଡି.) ଉପାଧି ପ୍ରାପ୍ତ ହୋଇଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଶତାଧିକ ଗବେଷଣାତ୍ମକ ପ୍ରବନ୍ଧ ଓ ଚାଳିଶିରୁ ଅଧିକ ସଂଖ୍ୟକ ପୁସ୍ତକର ସ୍ରଷ୍ଟା ଭାବରେ ତାଙ୍କର ଏକାଧିକ ମୌଳିକ ରଚନା ଉପରେ ଏକାଧିକ ଗବେଷଣା ସନ୍ଦର୍ଭ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଉପସ୍ଥାପିତ ହେବା ସହ ୟୁନିଭର୍ସିଟି ଅଫ୍ ସେଣ୍ଟ୍ରାଲ୍ ଆମେରିକା ତରଫରୁ ବର୍ଷ ୨୦୨୨ରେ ତାଙ୍କୁ ସମ୍ମାନଜନକ ପରମଭୂଷଣ (ଡି.ଲିଟ୍].) ଉପାଧିରେ ସମ୍ମାନିତ କରିବା ତାଙ୍କ ନଭଶ୍ଚୁମ୍ବୀ ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରେ। ଲେଖକ ଡକ୍ଟର ନାୟକଙ୍କ ଅନ୍ୟାନ୍ୟ ପୁସ୍ତକ ପରି ଏହି କବିତା ପୁସ୍ତକଟି ପୂର୍ବପରି ପାଠକୀୟ ଶ୍ରଦ୍ଧା ଲାଭ କରିବ ବୋଲି ଆଶା କରାଯାଏ। ସମ୍ପ୍ରତି ଡକ୍ଟର ନାୟକ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧି-ସ୍ନାତକ ଓଡ଼ିଆ ବିଭାଗରେ ସହକାରୀ ପ୍ରଫେସର ଓ ବିଭାଗମୁଖ୍ୟ ରୂପେ କାର୍ଯ୍ୟରତ।

Worth Considering
Product successfully added to cart!