Description:
ନରେନ୍ଦ୍ର କୁମାର ଭୋଇଙ୍କ 'ଧୁନ୍ଦୁକୁଡ଼ା' ସମକାଳୀନ ଓଡ଼ିଆ କାବ୍ୟ ସାହିତ୍ୟରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ଭାଷା ଓ ପ୍ରକାଶଭଙ୍ଗୀର ପରିଚ୍ଛନ୍ନତା, ତୀକ୍ଷ୍ଣ ଚିତ୍ରକଳ୍ପ ସହିତ ଆଜିର ମଣିଷର ନିଃସଙ୍ଗତା ଓ ଅସହାୟତାର ପରିପ୍ରକାଶ ଏ ସଂକଳନକୁ କରିଛି ସାର୍ଥକ ଓ ସ୍ମରଣୀୟ ।
--- ଗଣେଶ୍ୱର ମିଶ୍ର
ପ୍ରାକ୍ତନ ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ
Brief description: ନରେନ୍ଦ୍ର କୁମାର ଭୋଇ ବୌଦ୍ଧ ଜିଲ୍ଲାର ନୁର୍ପା ଗ୍ରାମରେ ୨୨ ଜୁଲାଇ ୧୯୭୯ରେ ଜନ୍ମଗ୍ରହଣ କରିଥିଲେ । ସମାଜକର୍ମ ଓ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ପରେ ସେ ଏବେ ସାହିତ୍ୟ ଓ ସମାଜ ସେବାରେ ନିୟୋଜିତ । ତାଙ୍କର ପ୍ରକାଶିତ କବିତା ସଂକଳନ ହେଲା 'ଧୁନ୍ଦୁକୁଡ଼ା' (ରାଜ୍ୟ ଯୁବ ପୁରସ୍କାର ପ୍ରାପ୍ତ), 'ସ୍ୱର ନିଜର' ଏବଂ 'ପୀଡ଼ାପର୍ବ' (କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବପୁରସ୍କାର ପ୍ରାପ୍ତ) । ସେ ପାଇଥିବା ପୁରସ୍କାର ଓ ସମ୍ମାନ ମଧ୍ୟରେ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବପୁରସ୍କାର, ରାଜ୍ୟ ଯୁବ ପୁରସ୍କାର, ବସନ୍ତ ମୁଦୁଲି ସ୍ମୃତି ପୁରସ୍କାର, ହାଜି ଅସରଫ୍ ଅଲ୍ଲୀ ଉଦୟ ପ୍ରତିଭା ପୁରସ୍କାର, କବି ଭାନୁଜୀ ରାଓ ସ୍ମୃତି ସମ୍ମାନ, କୋଶଳ ସାହିତ୍ୟ ସମ୍ମାନ ଉଲ୍ଲେଖଯୋଗ୍ୟ ।